ଏମାର ମଠର ଖନନସ୍ଥଳରେ ଚାଲିଛି ଜିପିଆର ସର୍ଭେ
ପୁରୀ : ପୁରୀ ଏମାର ମଠର ଖନନ ସ୍ଥଳରେ ଆଜି ପୁଣି ଚାଲିଛି ଜିପିଆର ସର୍ଭେ । ରାତିରେ ସର୍ଭେ ଖବର ପ୍ରସାରଣ ପରେ ସକାଳେ ହୋଇଛି ସର୍ଭେ କାମ । ଜିପିଆରଏସରେ ୩ଟି ମେସିନ୍, ୫ ଇଞ୍ଜିନିୟର ଓ ୮ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି । ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି ବୋଲି ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା ଏଥିରେ ତିନୋଟି ମେସିନ ବ୍ୟବହାର ହେଉଥିବା ବେଳେ ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ କର୍ୟ୍ୟରେ ଲାଗିଥିଲେ।
ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସି କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଇଞ୍ଜିନିୟର । ଦେଖିବାକୁ ମିଳିଛି ସର୍ଭେ ଟିମ୍ ତରଫରୁ ଏମାର ମଠ ଖନନ ସ୍ଥଳରେ କିଛି ଅଂଶରେ ଧଳା ଚିହ୍ନିତ କରାଯାଇଛି।ସେଠାରେ ମାଟି ତଳେ କିଛି ରହିଥିବାର ଅନୁମାନ କରାଯାଉଛି। ଯଦି ଏହା ସତ ହୁଏ ତେବେ ଏମାର ମଠ ଖନନ ସ୍ଥାନରେ କିଛି ଅଂଶବିଶେଷ ମିଳିପାରେ। ହେଲେ ଖନନ ଓ ନିର୍ମାଣ ପୂର୍ବରୁ କାହିଁକି ଜିପିଆରଏସ କରାଗଲାନି। ଯାହା ଫଳରେ ଅନେକ ଏମିତି ପ୍ରାଚୀନ କାରୁକାର୍ଯ୍ୟ ସମ୍ପନ୍ନ କିର୍ତ୍ତିରାଜି ର ଅଂଶବିଶେଷ ଅକ୍ଷତ ଅବସ୍ଥାରେ ମିଳି ପାରିଥାଆନ୍ତା।