ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ସମ୍ଭାଷଣ
ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟ ଦ୍ୱାରା ୱାଇ ୨୦, ଜି ୨୦ ଜିଲ୍ଲା ସ୍ତରୀୟ ଯୁବ ସମ୍ଭାଷଣ ସ୍ମାର୍ଟ ଶ୍ରେଣୀ ଗୃହରେ ଆୟୋଜିତ ହୋଇଥିଲା । ଆଲୋଚନାର ବିଷୟ ଥିଲା “ ଗଣତନ୍ତ୍ର ଏବଂ ଶାସନ ନୀତିରେ ଯୁବପିଢିଙ୍କ ଭୂମିକା” ।ଏହି ଆଲୋଚନା ଚକ୍ରରେ ପାନବେଡ଼ା ଡ଼ିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡି , ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଡ଼ାବୁଗାଁ ଏବଂ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ନିର୍ମଳା ହିକକା,ଅଧ୍ୟାପକ ଶ୍ରୀ ହରିଶ୍ ଚନ୍ଦ୍ର ସବର ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ରଜନୀ ମିଞ୍ଜ ବିଚାରକ ମଣ୍ଡଳୀ ଭାବରେ କାର୍ଯ୍ୟ କରିଥିଲେ ।ଏପରି ଏକ ସୁନ୍ଦର୍ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳର ଅଧକ୍ଷ ଡକ୍ଟର ଭାସ୍କର ନାଥ ବିଶ୍ୱାଳ, ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ଦିଲୀପ କୁମାର ହୋତା , ଏବଂ ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଉତ୍ସାହିତ କରିଥିଲେ ।ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ମହାପାତ୍ରଙ୍କୁ ଏହି ଆଲୋଚନା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଭୁବନେଶ୍ୱରରେ କିଟ୍ ବିଶ୍ୱିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ୱାଈ ୨୦, ଜି ୨୦ ଆନ୍ତର୍ଜାତୀୟ ଯୁବ ଆଲୋଚନା ପାଇଁ ମନୋନୀତ ହୋଇଥିଲେ । ଏଥି ସହିତ ଅନ୍ୟ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମାନସୀ ମହାପାତ୍ର ଏବଂ ଶ୍ରୀ ଜାହାଙ୍ଗୀର ମହମ୍ମଦ ସଂଯୋଜନା କରିଥିଲେ ।