ଐତିହାସିକ କାଳୀମେଘା ମେଳନ କମିଟିର ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ
ତିହିଡି : ତିହିଡ଼ି ବ୍ଲକ ଅଧୀନ ଐତିହାସିକ କାଳୀମେଘା ମେଳନ କମିଟିର ପ୍ରସ୍ତୁତି ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଦଧିବାମନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ଆବାହକତ୍ୱ ଓ ସଭାପତି ବାଣୀକଲ୍ୟାଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ଠାକୁର ସେବକ ଓ ଶାନ୍ତି କମିଟିର ସଦସ୍ୟମାନେ ଯୋଗଦେଇ କରୋନା ମାର୍ଗଦର୍ଶିକା କାରଣରୁ ବିଗତ ଦୁଇ ବର୍ଷ ହେଲା ମେଳନ ଫିକା ପଡ଼ିଥିଲା ଓ ଚଳିତ ବର୍ଷ ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଲୋଚନା କରିଥିଲେ । ଚଳିତ ବର୍ଷ ମେଳନ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳର ଠାକୁରବାଡ଼ିଆ ରବିନାରାୟଣ ପଣ୍ଡା, କୀର୍ତ୍ତନ ଚନ୍ଦ୍ର ରାଉତ, ଅଜୟ ରାଉତ, ରତିକାନ୍ତ ଦାସ, ଚିନ୍ମୟ ବେହେର, ଅପୂର୍ବ ଦାସ, ସୁରେଶ ମହାପାତ୍ର, ଅମର ନାୟକ, ଜଗବନ୍ଧୁ ନାୟକ, ବାବୁଲା ନାୟକ, ନୃସିଂହ ସେନାପତି, ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଜୟ ବଳ, ବଙ୍କୁଲି ରାଉତ, ସନାତନ ଭଞ୍ଜ, ପ୍ରହ୍ଲାଦ ମାହୁନ୍ତ, ବେଣୁଧର ତ୍ରିପାଠୀ, ସୁରେନ୍ଦ୍ର ରାଉତ, କ୍ଷୀରସିନ୍ଧୁ ମହାଳିକ, ମୁରଲୀଧର ଦାସ, ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନ କରିଥିଲେ । ସୂଚନା ଯୋଗ୍ୟ, ନନ୍ଦପୁର ଓ କନ୍ଦପୁର ଠାକୁର ନମ୍ବରକୁ ନେଇ ଯେଉଁ ସମସ୍ୟା ରହିଥିଲା ତାହାର ମଧ୍ୟ ଆପୋଷ ସମାଧାନ କରାଯାଇଥିଲା । ଶାନ୍ତି କମିଟିର ସଭ୍ୟ ଚିନ୍ତାମଣି ଦାସ, ଧର୍ମପଦ ଗ୍ରହାଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ମହାନ୍ତି, ହେମନ୍ତ ମହାନ୍ତି, ପୀତାମ୍ବର ସେଠୀ, ବେଣୁଧର ନାୟକ ଉପସ୍ଥିତ ରହିଥିଲେ ।