ଇଲେଭେନଷ୍ଟାର ସ୍ପୋର୍ଟିଂ କ୍ଳବ ଠାରେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଂକ ୫୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଦଶପଲ୍ଲା : ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଂକ ୫୭ତମ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ଦିନ ପୂଜ୍ୟପୂଜା ସମିତି, ଦଶପଲ୍ଲା ପକ୍ଷରୁ ସ୍ଥାନୀୟ ଇଲେଭେନଷ୍ଟାର ସ୍ପୋର୍ଟିଂ କ୍ଳବଠାରେ ପାଳିତ ହୋଇଯାଇଛି। ସମାଜସେବୀ ଶିଶିର କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସ୍ତମ୍ଭକାର କ୍ରୁଷ୍ନ ନାୟକ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତି , ଆଡଭୋକେଟ ଶରତଚନ୍ଦ୍ର ବେହେରା, ପ୍ରମୁଖ ଅତିଥି ରୂପେ ଯୋଗଦେଇ ବିପ୍ଳବୀଂକ ମହାନ୍ ଗୁଣାବଳୀର ସ୍ମୁତିଚାରଣ କରିବା ସହିତ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସରୋଜ କୁମାର ପଣ୍ଡା ଉତ୍ସବ ସଂଯୋଜନାର କରିଥିଲେ ଓ ନାରାୟଣ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ସ୍ମୁତିସମ୍ମାନ -୨୦୨୩ର ସମ୍ମାନୀତ କରାଯାଇଛି।