କରୋନାର ୨ୟ ଲହରୀରେ ୪୨୦ ଡାକ୍ତରଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ମହାମାରୀ କରୋନାର ୨ୟ ଲହରୀ ଅତି ଭୟଙ୍କର ରୂପ ନେଇଛି। ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷରୁ ହ୍ରାସ ପାଇ ଏବେ ୨ ଲକ୍ଷ ୬୦ ହଜାରକୁ ଖସିଆସିଥିବାବେଳେ ମୃତ୍ୟୁ ସଂଖ୍ୟା କମୁନାହିଁ। ଏବେ ବି ପ୍ରତିଦିନ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ତେବେ ଏହି ସମୟରେ କରୋନା ବିରୋଧୀ ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ଭାବେ ପରିଚିତ ଅନେକ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ୨ୟ ଲହରୀରେ ୪୨୦ ଡାକ୍ତରଙ୍କ ପ୍ରାଣହାନୀ ଘଟିଥିବା ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ପକ୍ଷରୁ କୁହାଯାଇଛି।
ସୂଚନା ଯେ, କରୋନା ମହାମାରୀ ଯୋଗୁ ସାରା ଦେଶରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧୀ ଲଢ଼େଇ ପାଇଁ ସରକାର ଟିକାକରଣକୁ ଗୁରୁତ୍ଵ ଦେଉଥିଲାବେଳେ ଦେଶରେ ଟିକାର ଅଭାବ ଗୁରୁତର ସମସ୍ୟା ସୃଷ୍ଟି କରିଛି।