ବାଇକ ଡିକି ଭାଙ୍ଗି ୨୦ ହଜାର ଲୁଟ୍
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦା ଫାଣ୍ଡି ଅନ୍ତର୍ଗତ ଅମର୍ଦାରୋଡ଼ ବଜାରରୁ ଶୁକ୍ରବାର ଏକ ବାଇକ୍ର ଡିକି ଭାଙ୍ଗି ଦୁର୍ବୃର୍ତ୍ତ ମାନେ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଘଟଣାରୁ ପ୍ରକାଶ ବରୁଣ ଗଡ଼ିଆ ପଞ୍ଚାୟତ ବରୁଣଗଡ଼ିଆ ଗ୍ରାମର ବିଜୟ କୁମାର ବେହେରା ଚିଞ୍ଚଳଗଡ଼ିଆ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠାଇ ଅମର୍ଦ୍ଦାରୋଡ଼ ବଜାରରେ ବାଇକ ଛିଡ଼ା କରି ଏକ ଦୋକାନରୁ କିଣାକିଣି କରିବାକୁ ଯାଇଥିଲେ । ବାଇକ୍ ମାଲିକ ଦୋକାନ ଭିତରେ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ୨୦ହଜାର ଲୁଟ୍ କରି ଚମ୍ପଟ ମାରିଥିଲେ । ଏ ନେଇ ଅମର୍ଦ୍ଦାରୋଡ୍ ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।