ବାଲେଶ୍ୱର : ଦୁଇ କୋଟି ଟଙ୍କାର ବ୍ରାଉନ୍ସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମ ବ୍ରାଉନସୁଗର ଜବତ। ଜବତ ବ୍ରାଉନସୁଗର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ। ବ୍ରାଉନସୁଗର ଜବତ ସହ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ବ୍ରାଉନସୁଗର ଜବତ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା।
ରାଜ୍ୟରେ ନିଶା କାରବାର ତଥା ବ୍ରାଉନସୁଗାର କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲା । ଜିଲା ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ପ୍ରାୟ ସମୟରେ ଚୋରା ଚାଲାଣ ହେଉଛି ନିଶା ଦ୍ରବ୍ୟ । ସମାନ ଭାବରେ ବାଲେଶ୍ୱର ବସ୍ତା ଅଞ୍ଚଳରୁ ଜବତ୍ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ବସ୍ତା ଅଞ୍ଚଳରେ ଧଳାଜହର କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ର ଏମ ସ୍ୱତନ୍ତ୍ର ଟିମ୍ ଚଢାଉ କରି ଏହି ବିପୁଳ ପରିମାଣର ଧଳାଜହର ଜବତ୍ କରିବା ସହିତ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଜବତ୍ କରାଯାଇଥିବା ବାଉନସୁଗାର ର ଓଜନ ପ୍ରାୟ ୨ କେଜିରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣା ପଡିଛି । ତେବେ ଏହି ମାମଲାରେ ପୋଲିସ୍ ଗିରଫ କରିଥିବା ବ୍ରାଉନସୁଗାର ବେପାରୀ ପଚରାଉଚରା କରି ଏହି ଲିଙ୍କର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା ଚଳାଇଥିବା ବେଳେ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ବୋଲି ବସ୍ତା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।