ଦେଶରେ ୧୮ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ଦେଶରେ ମୋଟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧୮ କୋଟି ୪୪ ଲକ୍ଷ ନିକଟତର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହ କହିଛି ଯେ, ସୋମବାର କୋଭିଡ-୧୯ ଟିକାର ୧୪ ଲକ୍ଷ ୭୯ ହଜାର ୫୯୨ ଡୋଜ୍ ଦିଆଯାଇଛି । ସେଠି ମଧ୍ୟରୁ ୧୮-୪୪ ବର୍ଷ ବର୍ଗର ୬ ଲକ୍ଷ ୬୩ ହଜାର ୩୨୯ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେହିଭଳି ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ଠାରୁ ଏପର୍ଯ୍ୟନ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟରେ ଏହି ବର୍ଗରେ ୫୯ ଲକ୍ଷ ୩୨ ହଜାର ୭୦୪ ହିତାଧିକାରୀଙ୍କୁ ଟିକା ଲଗାଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମେ ୧୭ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅନ୍ତରୀଣ ରିପୋର୍ଟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୧୮ କୋଟି ୪୪ ଲକ୍ଷ ୨୨ ହଜାର ୨୧୮ କୋଭିଡ-୧୯ ଡୋଜ ଦିଆଯାଇଛି । ଏପର୍ଯ୍ୟନ୍ତ ଦିଆଯାଇଥିା ଡୋଜରେ ୯୬ ଲକ୍ଷ ୫୮ ହଜାର ୯୧୩ ଏଭଳି ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଯେଉଁମାନେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିଭଳି ୬୬ ଲକ୍ଷ ୫୨ ହଜାର ୨୦୦ ଜଣ ସ୍ୱାସ୍ଥ୍ୟକର୍ମୀ ୨ୟ ଡୋଜ ଟିକା ନେଇଛନ୍ତି । ସମ୍ମୁଖ ଯୋଦ୍ଧାମାନଙ୍କ ମଧ୍ୟରୁ ୧ କୋଟି ୪୪ ଲକ୍ଷ ୯୭ ହଜାର ୪୧୧ ଜଣଙ୍କୁ ପ୍ରଥମ ଡୋଜ ଓ ୮୨ ଲକ୍ଷ ୧୬ ହଜାର ୭୫୦ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଟିକାକରଣ ଅଭିଯାନ ସମୟରେ ୪୫ରୁ ୬୦ ବର୍ଷର ୫ କୋଟି ୭୬ ଲକ୍ଷ ୫୩ ହଜାର ୯୨୪ ଜଣଙ୍କୁ କୋଭିଡ-୧୯ ଟିକାର ପ୍ରଥମ ଡୋଜ ଏବଂ ୯୨ ଲକ୍ଷ ୩୯ ହଜାର ୩୯୩ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଏହା ବ୍ୟତୀତ ୬୦ ବର୍ଷରୁ ଊର୍ଦ୍ଧ୍ୱ ୫ କୋଟି ୪୬ ଲକ୍ଷ ୬୦ ହଜାର ୯୦୦ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୧ କୋଟି ୭୯ ଲକ୍ଷ ୧୦ ହଜାର ୨୪ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ଟିକାକରଣର ୧୨୨ତମ ଦିନରେ ଚଳିତ ମାସ ୧୭ ତାରିଖରେ ୧୪ ଲକ୍ଷ ୭୯ ହଜାର ୫୨୯ ଡୋଜ ଦିଆଯାଇଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।