ଗୃହରେ ହୋହଲ୍ଲା ଓ ହଟ୍ଟଗୋଳ କରି ବନ୍ଦ କରିବା ଦୁର୍ଭାଗ୍ୟଜନକ : ବିଧାୟକ
ଭୁବନେଶ୍ୱର : ବିଧାନସଭାର ପ୍ରଶ୍ନକାଳରେ ବିରୋଧୀମାନେ ବାରମ୍ବାର କିଛି ନ କିଛି କାରଣ ଦର୍ଶାଇ ହୋ ହଲ୍ଲା କରୁଛନ୍ତି । ଏହାକୁ ନେଇ ଗ୍ରୁଜ ମୁଲତବୀ କରିବାକୁ ପଡୁଛି । ଫଳରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ।
ସେ କହିଛନ୍ତି ଯେ, ହୋହଲ୍ଲା ଓ ହଟ୍ଟଗୋଳ କରି ଗୃହକୁ ବନ୍ଦ କରିବା ଦୁର୍ଭାଗ୍ୟଜନକ। ସେହିପରି ଆମେ ପ୍ରସ୍ତୁତ ହୋଇ ଆସୁଛି। ପ୍ରଶ୍ନ କା ହେଉନି। ବିଧାନସଭା ବସିବା ପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ଏପଟେ ସଂସଦରେ ବିରୋଧୀ ଦଳ ହୋହଲ୍ଲା କଲେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ସଦସ୍ୟଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ଏଠି ବିଜେପିର ସଦସ୍ୟ ମାନେ ହୋହଲ୍ଲା କରି ବନ୍ଦ କରୁଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗ ପୁରୁଣା ପ୍ରସଙ୍ଗ । ସୁପ୍ରିମକୋର୍ଟର କମିଟି ତଦନ୍ତ କରି ସାରିଛି । ତାଙ୍କ ହାତରେ ଆଉ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି